ଜଗତସିଂହପୁର ସହରର ବୃନ୍ଦାବନ ଗେଷ୍ଟ ହାଉସ । କେହି କିଛି ଜାଣିବା ପୂର୍ବରୁ ଗେଷ୍ଟ ହାଉସ ଉପରେ ଅଚାନକ ଆରମ୍ଭ ହୋଇଗଲା ପୋଲିସର ଚଢ଼ାଉ । ପୋଲିସ ଚଢଉ ସଂପର୍କରେ ଜାଣିବା ପାଇଁ ବାହାରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଗଲା । ପୋଲିସ ଗେଷ୍ଟହାଉସ ଭିତରୁ ୬ଜଣ ଯୁବତୀ ଓ ୭ ଯୁବକଙ୍କ ସମେତ ଜଣେ ମହିଳାଙ୍କୁ ଗିରଫ କଲା । ମିଳିଥିବା ସୂଚନା ଅନୁଯାୟୀ, ଗିରଫ ସମସ୍ତ ଯୁବକ ଯୁବତୀ ଗେଷ୍ଟ ହାଉସରେ ଅନୈତିକ କାର‌୍ୟ୍ୟ କଳାପରେ ଲିପ୍ତ ଥିଲେ । ଦୀର୍ଘଦିନ ଧରି ଗେଷ୍ଟ ହାଉସ ଭିତରେ ଏମିତି କାର‌୍ୟ୍ୟ ଚାଲୁଥିଲା । ମାତ୍ର ସବୁ ଜାଣି ବି ପୋଲିସ ଚୁପ୍ ରହିଥିଲା । ତେବେ ପୋଲିସ ଚଢଉ ସମୟରେ ଗିରଫ ଯୁବତୀଙ୍କ ମଧ୍ୟରେ ଜଣେ ଯୁବତୀ ସ୍ଥାନୀୟ ଏକ କଲେଜର ୟୁନିଫର୍ମ ପିନ୍ଧିଥିବାରୁ ଛାତ୍ରୀ ବୋଲି ଜଣାପଡିଛି । ଗେଷ୍ଟ ହାଉସରେ ଚଢ଼ାଉ ସମୟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ପୋଲିସକୁ ଦୀର୍ଘ ଦେଢ ଘଣ୍ଟା ଧରି ନାକେଦମ ହେବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here