ବହୁଚର୍ଚ୍ଚିତ ତପସ୍ବିନୀ ଓ ଡାକ୍ତର ସୁମିତ ବିବାଦରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ପ୍ରତିମାସ 10 ତାରିଖରେ ତପସ୍ବିନୀଙ୍କୁ ଭରଣପୋଷଣ ବାବଦରେ 17 ହଜାର ଟଙ୍କା ଦେବା ପାଇଁ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି । ତଳକୋର୍ଟଙ୍କ ରାୟକୁ ଡାକ୍ତର ସୁମିତ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ପିଟିସନ ଫାଇଲ କରିଥିଲେ । ସୁମିତଙ୍କ ଯୁକ୍ତି ଥିଲା, ସେମାନଙ୍କ ଛାଡପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ କୋର୍ଟ କିପରି ତରବରିଆ ଭାବେ ଭରଣପୋଷଣ ବାବଦ ଟଙ୍କା ପରିମାଣ ସ୍ଥିର କରିଦେଲେ । ତଳକୋର୍ଟଙ୍କ ରାୟ ଏକପାଖିଆ ବୋଲି ଡାକ୍ତର ସୁମିତ କହିଥିଲେ । ମାତ୍ର ହାଇକୋର୍ଟରେ ବି ଡାକ୍ତର ସୁମିତଙ୍କୁ ଝଟକା ଲାଗିଛି । ହାଇକୋର୍ଟ ତଳକୋର୍ଟଙ୍କ ରାୟକୁ କାଏମ ରଖିବା ସହ ପ୍ରତିମାସରେ ଭରଣପୋଷଣ ବାବଦ ଟଙ୍କା ତପସ୍ବିନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣୀ ପାଇଁ ହାଇକୋର୍ଟ ଫେବୃଆରୀ 15 ତାରିଖକୁ ଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here