ଗୁରୁବାର ଦିନ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରର ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର 3 ନମ୍ବର ଲଞ୍ଚିଂ ପ୍ୟାଡରୁ ମଧ୍ୟାହ୍ନ 1 ଟା 35 ରେ ମିସାଇଲ ପ୍ରହାରକୁ ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ଦ୍ୱାରା ମିସାଇଲ ପ୍ରହାରକୁ ବିକଶିତ କରାଯାଇଛି ।

ପ୍ରାୟ 150 କିଲୋମିଟର ଲକ୍ଷ୍ୟ ଭେଦର କ୍ଷମତା ରଖୁଥିବା ମିସାଇଲ ପ୍ରହାର ସମସ୍ତ ମାନଦଣ୍ଡକୁ ପୂରଣ କରିଥିଲା । ଏହି ମିସାଇଲଟି 7.32 ମିଟର ଲମ୍ବ ହୋଇଥିବା ବେଳେ ଚଉଢା 420 ମିମି ରହିଛି । ପ୍ରହାରର ଓଜନ ପାଖାପାଖି 1.28 ଟନ ହୋଇଥିବା ବେଳେ 200 କେଜି ଓଜନର ଭାର ବୋହିବାର କ୍ଷମତା ରହିଛି । ପରୀକ୍ଷଣ ପୂର୍ବରୁ ଆଇଟିଆର ନିକଟରେ ଥିବା ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here