ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଜୀବିତ ଅଛି. ଏନେଇ ସୂଚନା ଦେଇଛି ପାକିସ୍ତାନୀ ଗଣମାଧ୍ୟମ. ପୂର୍ବରୁ ମାସୁଦ ମରିଯାଇଥିଲା ବୋଲି ଚାରିଆଡେ ପ୍ରକାଶ ପାଇଥିଲା. ମାତ୍ର ପ୍ରକୃତରେ ସେ ମରିନି ବରଂ ବଞ୍ଚିଛି ବୋଲି କହିଛି ପାକିସ୍ତାନ ଗଣମାଧ୍ୟମ. ମାସୁଦର ମୃତ୍ୟୁ ମିଛ ବୋଲି ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ପ୍ରକାଶ ପାଇଛି. ପିଓକେରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ ପରେ ମାସୁଦ ଅସୁସ୍ଥ ବୋଲି ସୂଚନା ମିଳିଥିଲା. ପରେ ରାୱଲପିଣ୍ଡି ଆର୍ମୀ ହସ୍ପିଟାଲରେ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା. ମାତ୍ର ଗତକାଲି ତାର ମୃତ୍ୟୁ ହୋଇଥିଲା ବୋଲି ସବୁ ଗଣମାଧ୍ୟମ ପ୍ରକାଶ କରିଥିଲେ. ହେଲେ  ଏବେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି. ମାସୁଦର ଏବେ ଚିକିତ୍ସା ଜାରି ରହିଥିବା ତାର ପରିବାର ପକ୍ଷରୁ ସୂଚନା ମିଳିଛି. ପାକିସ୍ତାନ ସରକାର ଏ ନେଇ ଚୁପ୍ ରହିଥିବା ବେଳେ ଭାରତୀୟ ଗୁଇନ୍ଦା ସଂସ୍ଥା ଏହାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here