ପ୍ରେମ ଓ ଧୋକା ମାମଲାରେ ଭୁବନେଶ୍ବର ବିମାନବନ୍ଦରର DGM ଉମାକାନ୍ତ ପଟେଲ ଗିରଫ। ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ ପ୍ରେମରେ ଫସାଇ ଧୋକା ଦେଇଥିଲେ। ଅଭିଯୋଗ ଅନୁଯାୟୀ ମିଛ କଥା କହି ଏୟାର ହୋଷ୍ଟେସଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ । ଏପରିକି ଏୟାର ହୋଷ୍ଟେସଙ୍କ ଗର୍ଭପାତ ମଧ୍ଯ କରାଇଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଆସିଛି। ଏଥି ସହ ଜଣା ପଡିଛି ଉମାକାନ୍ତ ପଟେଲ ବିବାହିତ ହୋଇ ମଧ୍ଯ ଏୟାର ହୋଷ୍ଟେସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପୋଲିସ କହିଛି ଯେ ଭାରତୀୟ ନ୍ୟାୟ ସଂହିତାର ବହୁ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଶନିବାର ଗିରଫ ହେବା ପରେ ପଟେଲଙ୍କୁ କୋର୍ଟରେ ହାଜର କରାଯାଇଥିଲା।ସୂତ୍ର ଅନୁସାରେ, ଦିଲ୍ଲୀ ବିମାନବନ୍ଦରରେ କାମ କରିବା ପରେ ପ୍ରାୟ ଚାରି ମାସ ହେଲା ଉମାକାନ୍ତ ପଟେଲଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା। ଦିଲ୍ଲୀରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜଣେ ଏୟାର ହୋଷ୍ଟେସ ସହ ପ୍ରେମ ସମ୍ପର୍କ ଗଢ଼ିଥିଲେ। ଅଭିଯୋଗ ଅନୁଯାୟୀ, ସେ ମିଛ କହି ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିବାହର ଆଶ୍ବାସନ ଦେଇଥିଲେ ଏବଂ ଏହି ଆଶ୍ବାସନରେ ସେ ଯୁବତୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here