ସବୁବେଳେ ଆମେ ଘର ନିର୍ମାଣ କଲେ ଧ୍ୟାନ ଦେଉଥାଉ ଯେ କେଉଁ ସିମେଣ୍ଟରେ ଘର କଲେ ଏହା ମଜବୁତ ରହିବ. ଆଉ ଭୂକମ୍ପ ଏହାକୁ ଛୁଇଁ ପାରିବ ନାହିଁ. ଏତେ ସବୁ ଜିନିଷକୁ ଧ୍ୟାନରେ ରଖିଲା ପରେ ମଧ୍ୟ କୌଣସି ନା କୌଣସି ଜାଗାରେ ଭୂକମ୍ପ ପାଇଁ କୋଠା ଭୂଶୁଡି ପଡିଥିବା ଖବର ଆମକୁ ମିଳୁଛି. ହେଲେ ନାଇଜେରିଆରେ କିଛି ଲୋକ ଏଥିପାଇଁ ବିକଳ୍ପ ବାହାର କରିଛନ୍ତି. ସେମାନେ ପ୍ଲାଷ୍ଟିକ ବୋତଲରେ ମାଟି ଲଗାଇ ଘର ପ୍ରସ୍ତୁତ କରୁଛନ୍ତି. ସାଧାରଣଭାବେ ଯେପରି ଘର ନିର୍ମାଣ କରାଯାଏ ଠିକ୍ ସେହିଭଳି ସେମାନେ ପ୍ଲାଷ୍ଟିକ ବୋତଲରେ ମଧ୍ୟ ଘର ନିର୍ମାଣ କରୁଛନ୍ତି. ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ, ଏହି ଘରକୁ 7.3 ତୀବ୍ରତାର ଭୂମିକମ୍ପ ମଧ୍ୟ ଛୁଇଁ ପାରିବ ନାହିଁ. ଗୋଟିଏ ଘର ନିର୍ମାଣ କରିବା ପାଇଁ 3.5 ଲକ୍ଷ ଖର୍ଚ୍ଚ ହେଉଥିବା ସୂଚନା ମିଳିଛି. ଏହି ଉପାୟରେ ସେମାନେ ପାଣି ଟାଙ୍କି ମଧ୍ୟ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି.