ଫରେଷ୍ଟ ପାର୍କ ପାଖରେ ଏକାଠି ହେଲେ । ତା ପରେ ସିଧା ଚାଲିଲେ ନବୀନ ନିବାସ ଆଡକୁ । ପାଖାପାଖି ସତୁରୀ/ଅଶୀ ଜଣ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧି ନବୀନ ନିବାସ ଆଡେ ଯିବା ଖବର ପହଞ୍ଚିଗଲା ମିଡିଆ ଓ ପୋଲିସ ପାଖରେ । ନବୀନ ନିବାସ ସୁରକ୍ଷା କର୍ମୀ ତତ୍ପର ହୋଇଉଠିଲେ । କିଛି ସମୟ ପାଇଁ ଭୁବନେଶ୍ୱର ରାଜରାସ୍ତାରେ ଧାରଣାରେ ବସିଥିଲେ ଏହି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଦାବି ପୂରଣ ପାଇଁ ଅଡି ବସିଲେ । ସ୍ଥଗିତ ଥିବା ଦଶମ ଶ୍ରେଣୀ ପରୀକ୍ଷା ଆଗକୁ ହେବ ନା ନାହିଁ , ଆଉ ଯଦି ହେବ ତେବେ ଅଫଲାଇନରେ ହେବ ନା ଅନଲାଇନରେ ହେବ । ଏ ସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ ଛାତ୍ରଛାତ୍ରୀ । ମେ ମାସରେ ପରୀକ୍ଷା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ବେଳେ ସରକାର ପରୀକ୍ଷା ବାତିଲ କରିଦେଲେ । ତେଣୁ ଦ୍ୱନ୍ଦ ଦୂର ପାଇଁ ଆଜି ନବୀନ ନିବାସ ଯାଇଥିଲେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ନବୀନ ନିବାସ ଆସିଥିଲେ ହେଁ ସୁରକ୍ଷା କର୍ମୀ ଏବଂ ପୋଲିସ ସେମାନଙ୍କୁ ଭିତରକୁ ଛାଡି ନଥିଲେ । ପିଲାମାନଙ୍କ ସହ କଥାବାର୍ତା ହୋଇ ନବୀନ ନିବାସ ବାହାରୁ ବିଦା କରିଦେଇଥିଲେ । କୋଭିଡ କଟକଣା ପାଇଁ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଉଥିବାରୁ ଛାତ୍ରଛାତ୍ରୀମାନେ ଆଜି ଏମିତି ପଦକ୍ଷେପ ନେଇଥିଲେ ।

LEAVE A REPLY

Please enter your comment!
Please enter your name here