କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନା ଫେଲ୍ ମାରିଛି ଏବଂ ଦେଶର ବିଭିନ୍ନ କେନ୍ଦ୍ରରେ ଏଲଇଡି ବଲ୍ବ ମିଳିବା ସଂପୂର୍ଣ୍ଣରୂପେ ବନ୍ଦ ହୋଇଯାଇଛି. ଇଇଏସଏଲ କମ୍ପାନୀ ପବ୍ଲିକଙ୍କୁ ପାଖାପାଖି 1 କୋଟି 36 ଲକ୍ଷ 3 ହଜାର 474 ଏଲଇଡି ବଲ୍ବ ବିକ୍ରି କରିଛି. ନିୟମ ଅନୁସାରେ, ଯଦି 3 ବର୍ଷ ଭିତରେ ବଲ୍ବ ଫ୍ୟୁଜ୍ ହୋଇଯାଏ ତାହାଲେ ତାକୁ କମ୍ପାନୀକୁ ଫେରାଇବା କଥା. ହେଲେ କମ୍ପାନୀ 99 ପ୍ରତିଶତ ସେଣ୍ଟରକୁ ମୂଳରୁ ବନ୍ଦ କରିଦେଇଛି. ଫଳରେ ବଲ୍ବ ଫ୍ୟୁଜ୍ ହେବା ପରେ ଲୋକମାନେ ଏହାକୁ ଫେରାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ବିଦ୍ୟୁତ କମ୍ପାନୀ ଏଜେନ୍ସୀ ଉପରେ ଚାପ ପଡିବା ପରେ ମଧ୍ୟ ସେମାନଙ୍କ ଅଧିକାରୀ ମାନେ ଶୁଣୁନଥିବା ଅଭିଯୋଗ ହେଉଛି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଇଏସଏଲ କମ୍ପାନୀ (Energy Efficiency Services Limited ) କୁ ବଲ୍ବ ବିତରଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଦାୟିତ୍ୱ ଦିଆଯାଇଥିଲା.

LEAVE A REPLY

Please enter your comment!
Please enter your name here