କଟକ କାଳିଆବୋଦା ଶ୍ମଶାନରେ ଜଳିଛି ଗୋଟିଏ ପରିବାରର ୫ଟି ଜୁଇ । ଗତକାଲି ସଇତାନ ସାନଭାଇ କ୍ରୋଧରେ ପ୍ରାଣ ହରାଇଥିଲେ ବଡ ଭାଇର ପରିବାର । ଜମିଜମା କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ମାତ୍ର ତାର ଯେ, ଏଭଳି ଭୟଙ୍କର ପରିଣାମ ହେବ କେହି ବିଶ୍ୱାସ କରିପାରୁନାହାଁନ୍ତି । ମାହାଙ୍ଗା ବ୍ଲକର କୁସୁପୁର ଗାଁରେ ମଙ୍ଗଳବାର ଖେଳିଯାଇଥିଲା ଚାଞ୍ଚଲ୍ୟ । ଏକାବେଳେ ଜଣ ଜଣ କରି ୫ ଜଣଙ୍କୁ କଟୁରୀରେ ହାଣି ପକାଇଥିଲା ନୃଶଂସ ଅଭିଯୁକ୍ତ ଶିବ ସାହୁ । ଆଜି କଟକ ଏସସିିବିରେ ପୋଷ୍ଟମର୍ଟମ ହେବା ପରେ କାଳିଆବୋଦା ଅନ୍ତିମ ସଂସ୍କାର କରାଯାଇଛି । ସେପଟେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here