ବଜ୍ରପାତରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ ହୋଇଥିବା ବେଳେ 5 ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କରନ୍ଦା ପଠାଣୀ ସାମନ୍ତ ଇଞ୍ଜିନିୟରିଂ କଲେଜରେ ବଜ୍ରପାତ ହୋଇଥିବା ବେଳେ ଘଟିଛି ଏହି ଘଟଣା । କଲେଜର ମଧ୍ୟାହ୍ନ ବିରତିରେ ଖାଇବାକୁ ଯାଉଥିବା ବେଳେ କଲେଜ ନିକଟରେ ବଜ୍ରପାତ ହୋଇଥିଲା । ଖାଇବାକୁ ଯାଉଥିବା 6 ଜଣ ଛାତ୍ରୀଙ୍କ ଭିତରୁ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ସିଭିଲ୍ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ରୀ କଳ୍ପନା ନାୟକ ବୋଲି ଜଣା ପଡିଛି ।