ଆସନ୍ତା 24 ଘଣ୍ଚା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଗତକାଲିଠାରୁ ବର୍ଷା ମଧ୍ୟ ଲାଗି ରହିଛି । ଏପଟେ କିଛି ଘଣ୍ଟା ହେବ ବର୍ଷା କମିଯାଇଥିବା ବେଳେ ଆଗାମୀ କିଛି ଘଣ୍ଟା ଭିତରେ ଆହୁରି ଭିଜିବ ରାଜ୍ୟ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୂତ୍ର ଅନୁଯାୟୀ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରାଯାଉଛି । ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, କେନ୍ଦ୍ରାପଡା, ସମ୍ବଲପୁର, ଢେଙ୍କାନାଳ, ଗଜପତିରେ ମାତ୍ରାଧିକ ବର୍ଷା ହୋଇପାରେ । ପ୍ରବଳ ବର୍ଷାକୁ ନଜରରେ ରଖି ସ୍ୱାଧୀନତା ଦିବସ ପାଳନ ଅବସରରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଭାଗକୁ  ନିର୍ଦ୍ଦେଶ ଦେଇଛନ୍ତି । ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ବର୍ଷା ଆସନ୍ତାକାଲି ଯାଏଁ ଜାରି ରହିବ ।

 

 

LEAVE A REPLY

Please enter your comment!
Please enter your name here