ବଦଳିବ ଯୁକ୍ତ ଦୁଇ ପରୀକ୍ଷାର ଢାଞ୍ଚା । ଚଳିତବର୍ଷ ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲବାସରୁ ପ୍ରଶ୍ନ ପଡିବ । ପ୍ରଶ୍ନ ପତ୍ରରେ ୫୦ ନମ୍ବରର ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ । ମଲ୍ଟିପୁଲ ଚଏସର ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୨ କିମ୍ବା ୩ ନମ୍ବର ରହିବ । ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ । ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ ପାଇଁ ୫ ମାର୍କ ଲେଖାଏଁ ରହିବ । ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇନଥିବା କହିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here