ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ । ଗଲଫ୍ରେଣ୍ଡ ନତାଶା ଦଲାଲଙ୍କ ହାତ ଧରିଛନ୍ତି ବରୁଣ । ନତାଶା ଜଣେ ଫେମସ ଡିଜାଇନର । ଆଲିବାଗର ଏକ ରିସୋର୍ଟ ଦି ମ୍ୟାନସନ୍ ହାଉସରେ ହୋଇଛି ଉଭୟଙ୍କ ବିବାହ ଉତ୍ସବ । ତେବେ ଏହି ବିବାହ ଉତ୍ସବରେ ବଡ ବଡ ଷ୍ଟାରମାନଙ୍କୁ ଦେଖିବାକୁ ମିଳିନଥିଲା । କେବଳ ୪୦ ଲୋକ ସାମିଲ ହୋଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ଅତି ନିକଟ ସମ୍ପର୍କୀୟଙ୍କ ନେଗେଟିଭ୍ ରିପୋର୍ଟ ଥିବା, ସେହି ୪୦ ଲୋକହିଁ ସେମାନଙ୍କ ବିବାହରେ ସାମିଲ ହୋଇଥିଲେ । ଏହି ବିବାହ ଉତ୍ସବରେ କରଣ ଜୋହର, ମନୀଷ ମାଲହୋତ୍ରା, ଜୋଆ ମୋରାନି ଏବଂ କୁନାଲ କୋହଲିଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି । ବରୁଣ ଓ ନତାଶାଙ୍କ ବିବାହ ଭୋଜି ଜାନୁଆରି ୨୬ ତାରିଖରେ ଆୟୋଜନ କରାଯିବ। ତେବେ ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here