ଭିଜିଲାନ୍ସ ଜାଲରେ ପଡ଼ିଲେ ବରିଷ୍ଠ ରାଜସ୍ୱ ସହାୟକ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଗତକାଲି ରେଡ୍ ବେଳେ ୧୬ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ବରଗଡ଼ ଓ ସମ୍ବଲପୁରରେ କୋଠାଘର ସହ ଗୋଟିଏ କାର୍ ଠାବ କରିଥିଲା ଭିଜିଲାନ୍ସ। ରେଡ୍ ସମୟରେ ବରଗଡ଼ରେ ୪୦୦୦ ବର୍ଗଫୁଟର ଏକ ଦୁଇମହଲା କୋଠା, ସମ୍ବଲପୁରର ଚାରଭାଟିରେ ୧୭୦୦ ବର୍ଗଫୁଟର ଗୋଟିଏ କୋଠା, ବରଗଡ଼ ସହରରେ ୧୨, ସମ୍ବଲପୁର ସହରରେ ୩ଟି ଏବଂ ସମ୍ବଲପୁର ଉପକଣ୍ଠରେ ଗୋଟିଏ ସମେତ ୧୬ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି ଓ ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୧ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଏବଂ ୪ଟି ଦୁଇ ଚକିଆ ଯାନ ଠାବ କରାଯାଇଛି। ଭିଜିଲାନ୍ସ ଟିମ୍ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲେ। ବାସୁଦେବ ଭୋଇ ୧୯୮୯ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଭବାନୀପାଟଣାର ସେଟେଲମେଣ୍ଟ ଅଫିସରେ ଜୁନିଅର କ୍ଲର୍କ ଭାବରେ ମାସିକ ୭୮୭ ଟଙ୍କା ପ୍ରାରମ୍ଭିକ ଦରମା ସହିତ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଏବଂ ପରେ ୧୯୯୯ ମସିହାରେ ସିନିୟର କ୍ଲର୍କ ଭାବେ ପଦୋନ୍ନତି ପାଇଥିଲେ ।













