ପିପିଲି ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ । ତାରିଖ ଘୋଷଣା ପରେ ବି କରୋନା କଟକଣା ପାଇଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । ତେବେ କଂଗେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ , ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଭିତରେ ଚାଲିବ ଘମାଘୋଟ ଲଢେଇ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ ।

LEAVE A REPLY

Please enter your comment!
Please enter your name here