ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ । ରାତି ପାହିଲେ ଖବର କାଗଜ , ନ୍ୟୁଜ୍ରେ ବାହାରିପଡୁଛି ଦୁଷ୍କର୍ମୀଙ୍କ ଖବର । ଗୋଟେ ଝିଅ ବାହାରକୁ ବାହାରିଲେ ନିଜକୁ ଅସୁରକ୍ଷିତ ମନେ କରୁଛି । ଘରୁ ଗୋଡ କାଢିଲେ ମନରେ ଘାରୁଛି ଯୌନ ରାକ୍ଷସଙ୍କ ଭୟ । ତେବେ ଡିଜିଟାଲ ଯୁଗରେ ଏମିତି ରାକ୍ଷସଙ୍କୁ ସାବାଡ କରିବାକୁ ଆସୁଛି ନୂଆ ଡିଭାଇସ୍ । ଯାହା ରୋକିଦେବ ଦୁଷ୍କର୍ମ । ଆଉ ଧରାଇଦେବ ବଳାତ୍କାରୀକୁ । ଏହାର ନାଁ ରେଫ୍ ପ୍ରୁଫ୍ ଅଣ୍ଡରୱେୟାର । ମହିଳାଙ୍କ ପାଇଁ ଏହି ଦୁଷ୍କର୍ମ ନିରୋଧି ଅନ୍ତଃବସ୍ତ୍ର ତିଆରି କରିଛନ୍ତି ଉତ୍ତରପ୍ରଦେଶ ଫାରୁଖାବାଦର ଝିଅ ସିନୁ । ଦେଶରେ ବଢିଚାଲିଥିବା ଦୁଷ୍କର୍ମ ଘଟଣା ଗୁଡିକୁ ଦୃଷ୍ଟିରେ ରଖି ସେ ଏମିତି ଏକ ପଦକ୍ଷେପ ନେଇଛନ୍ତି । ବୁଲେଟ ପ୍ରୁଫ ଏବଂ ରେଫ ପ୍ରୁଫ୍ ଅଣ୍ଡରୱେୟାର ପ୍ରସ୍ତୁତ କରିଏହି ଝିଅ ଏବେ ଚର୍ଚ୍ଚାରେ । ଏହି ଅନ୍ତଃବସ୍ତ୍ରର ସ୍ୱତନ୍ତ୍ରତା ହେଉଛି, ଏହା ବୁଲେଟ ପ୍ରୁଫ ହୋଇଥିବାବେଳେଏହାକୁ କାଟି କି ଛିଣ୍ଡେଇ ହେବ ନାହିଁ । ଏଥିରେ ଲାଗିଥିବା ଜିପିଏସ ଡିଭାଇସ ମହିଳାଙ୍କ ଲୋକେସନ ବା ସେ କେଉର୍ଠି ଅଛନ୍ତି, ତାହା ତାଙ୍କ ପରିବାର ଲୋକଙ୍କ ସହ ନିକଟବର୍ତ୍ତି ଥାନାକୁ ପଠାଇଦେବ । ଏଥିରେ ଲାଗିଥିବା ଭିଡିଓ ରେକର୍ଡ ଆକ୍ରମଣକାରୀଙ୍କର ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରିବ । ତେଣୁ ଏଭଳି ଅନ୍ତଃବସ୍ତ୍ର ଡିଭାଇସ ଦୁଷ୍କର୍ମକାରୀଙ୍କୁ ଧରାଇବାରେ ସହାୟକ ହେବ ବୋଲି ସିନୁ ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here