ମାଲକାନଗିରି ଜିଲ୍ଲା ମହୁପଦରରେ ମାଓବାଦୀମାନେ ଉନ୍ମତ୍ତ କାଣ୍ଡ ରଚାଇଛନ୍ତି.  ପାସେଞ୍ଜର ବସରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ . ଫଳରେ ବସଟି ସଂପୂର୍ଣ୍ଣ ରୂପେ ପୋଡିଯାଇଛି. ସୂଚନା ଅନୁସାରେ, ବସଟି ମାଥିଲିରୁ ଜଗ୍ୟାନଗୁପୁର ଯାଉଥିଲା, ସେହି ସମୟରେ ମାଓବାଦୀମାନେ ବାଟରେ ବସକୁ ଅଟକାଇ ଥିଲେ ଓ ସମସ୍ତଙ୍କୁ ବସରୁ ଓହ୍ଲାଇବା ପାଇଁ କହିଥିଲେ. ପରେ ବସ ଉପରେ ଡିଜେଲ ପକାଇ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଲାଲ ବାହିନୀ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଓବାଦୀମାନେ କେନ୍ଦ୍ର ସରକାରଙ୍କ ‘ସମାଧାନ ଯୋଜନା’କୁ ବିରୋଧ କରି ଜାନୁୟାରୀ 25 ରୁ 31 ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here