ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀ ନଗରରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି. ଜଗତସିଂହପୁର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି. ପ୍ରତାପ ଏକ ଗଣମାଧ୍ୟମରେ କାମ କରୁଥିଲେ. ବିଳମ୍ବିତ ରାତିରେ ପ୍ରତାପ ଫେରୁଥିବା ସମୟରେ ରାତି ପ୍ରାୟ 1 ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ. ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା. ଯଦିଓ ଏହାର କାରଣ ସ୍ପଷ୍ଟଭାବେ ଜଣାପଡିନାହିଁ, ମାତ୍ର ଲୁଟ ପାଇଁ ଦୁର୍ବୃତ୍ତମାନେ ଏଭଳି କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି.  ବର୍ତ୍ତମାନ, ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here