ଗତ କିଛି ମାସ ପୂର୍ବେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱ କପ୍. ଏ ନେଇ ସରକାର ସମସ୍ତ ଆୟୋଜନରେ ଲାଗିପଡିଥିଲେ. ସାରା ରାଜଧାନୀ ନୂଆ ରୂପ ରଙ୍ଗରେ ଝଲସି ଉଠିଥିଲା. ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମ କଡରେ ଥିବା ବସ୍ତିକୁ ମଧ୍ୟ ଭଙ୍ଗାଯାଇଥିଲା. ଆଜିକୁ କିଛି ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପାଇଁ କିଛି ସୁବିଧା କରାଯାଇନଥିବା ଅଭିଯୋଗ ଆସିଛି. ଏନେଇ 150ରୁ ଉର୍ଦ୍ଧ୍ୱ ଲୋକ ସୋମବାର ବିଏମସି ରେଣ୍ଟାଲ କଲୋନୀ ଅଫିସରେ ଭିଡ ଜମାଇଥିଲେ ଏବଂ ତୁରନ୍ତ ଏହାର ସମାଧାନ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ. ପରେ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା.

 

LEAVE A REPLY

Please enter your comment!
Please enter your name here