ବାପାଙ୍କୁ ମୁଖାଗ୍ନି ଦେଲା ଝିଅ. ମାଲକାନଗିରି ସଦର ମହକୁମା ସ୍ଥିତ ପ୍ରଧାନୀଗୁଡା ଗ୍ରାମର ସଂଯୁକ୍ତାଙ୍କର ଏଭଳି ପଦକ୍ଷେପ ଉଦାହରଣ ସୃଷ୍ଟି କରିଛି । ସଂଯୁକ୍ତାଙ୍କର ବାପା ସତ୍ୟନାରାୟଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସଂଯୁକ୍ତାଙ୍କର ଭାଇ କିମ୍ବା ବନ୍ଧୁ ପରିଜନ ନଥିବାରୁ ସଂଯୁକ୍ତା ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ । ଏବଂ ଘରଠୁ ମଶାଣି ପର୍ଯ୍ୟନ୍ତ କାନ୍ଧ ମଧ୍ୟ ଦେଇଥିଲେ । ଗାଁଲୋକେ ସଂଯୁକ୍ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି ।