କେହି ଅଟକାଇପାରିବେ ନାହିଁ ପ୍ରଭୁଙ୍କ କାମ । କୋଭିଡ ମହାମାରୀ କଟକଣା ପରେ ଆଜି ପ୍ରଥମ ଥର ପାଇଁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ତୁରନ୍ତ ବାଇ-ଲ ପ୍ରତ୍ୟାହାର କରିନେବା ଉଚିତ । ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀ ଯେଉଁମାନେ ଜମି ଦେଇଛନ୍ତି, ସେମାନଙ୍କ ଅବଦାନ ବୃଥା ହେବାକୁ ଦିଆଯିବନି ବୋଲି କହିଛନ୍ତି ନବୀନ । ଅନ୍ୟପକ୍ଷରେ ବିଜେଡି ସାଂସଦମାନେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟି ତୁରନ୍ତ ଏନଏମଏ ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ବିଜେପି ସାଂସଦମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିନେବାକୁ ସ୍ମାରକପତ୍ର ଦେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀମନ୍ଦିର ସଂପର୍କିତ ବାଇ-ଲ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସଂପର୍କିତ ବାଇ-ଲ କୁ ନେଇ ଓଡିଶାରେ ଉଦବେଗ ପ୍ରକାଶ ପାଇବା ପରେ ବାଇ-ଲ ପ୍ରତ୍ୟାହାର କରିନିଆଯାଇଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here