ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୩ରେ ମାତୃଭାଷା ଥିବାବେଳେ ୫ରେ ଦ୍ୱିତୀୟ ଭାଷା ଇଂଲିସ , ୭ରେ ତୃତୀୟ ଭାଷା ହିନ୍ଦୀ । ୮ରେ ସଂସ୍କୃତ ରହିଛି । ୧୦ରେ ଗଣିତ ପରୀକ୍ଷା । ୧୨ରେ ବିଗ୍ୟାନ ଓ ୧୫ରେ ସାମାଜିକ ବିଗ୍ୟାନ । ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏ ଚାଲିବ । ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ । , ୧୦ଟା ୧୫ରେ ସରିବ ଗଣିତ ପରୀକ୍ଷା । ୭ଟା ୪୫ରେ ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ । ଅବଜେକ୍ଟିଭ ସକାଳ ୮ଟାରୁ ୯ଟା, ସବଜେକ୍ଟିଭ୍ ୯ଟାରୁ ୧୦ଟା ହେବ । ଗଣିତ ଅବଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଚାଲିବ । ଓଏମଆର ଅବଜେକ୍ଟିଭ , ବୁକଲେଟର ସବଜେକ୍ଟିଭ ଉତ୍ତର ଲେଖିବେ । ଚଳିତବର୍ଷ କରୋନା ପାଇଁ ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା । କିନ୍ତୁ ପରୀକ୍ଷା ହଲରେ ରହିବେ ଅନ୍ୟ ସ୍କୁଲର ଟିଚର

LEAVE A REPLY

Please enter your comment!
Please enter your name here