କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର.  ନକ୍ସଲମାନେ ମାଓ ପୋଷ୍ଟର ଲାଗାଇ ନିଜ ସ୍ଥିତି ଜାହିର କରିଛନ୍ତି. ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବୁଡାଗୁଡାରେ ବହୁ ସଂଖ୍ୟକ ମାଓ ପୋଷ୍ଟର ଲାଗିଛି ଏବଂ ଏହାକୁ ଓଡିଶା ରାଜ୍ୟ କମିଟି ପକ୍ଷରୁ ଲଗାଯାଇଛି. ଗତ ଫେବୃୟାରୀ 14 ତାରିଖରେ ଘଟିଥିବା ପୁଲୱାମା ଆକ୍ରମଣରେ କେନ୍ଦ୍ର ସରକାର ଦାୟୀ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି. ଅନ୍ୟପଟେ ନବୀନ ସରକାରଙ୍କ ଚାଷୀ ଦମନ ନୀତି ବିରୋଧରେ ଓ ଚାଷି ସମସ୍ୟା ସମାଧାନ ଦାବିରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଫେବୃୟାରୀ 21 ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି. ଯାହାକୁ ନକ୍ସଲମାନେ ସମର୍ଥନ କରିବେ ବୋଲି ପୋଷ୍ଟରେ ଲେଖାଯାଇଛି.

LEAVE A REPLY

Please enter your comment!
Please enter your name here