ଗଣମାଧ୍ୟମରେ ଘୁରିବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଭୁଲ. ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ଏବଂ ଏହାକୁ କେହି ବିଶ୍ୱାସ ନ କରନ୍ତୁ ବୋଲି ପ୍ରଦେଶ କଂଗ୍ରସ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ. ଜନସାଧାରଣଙ୍କୁ ବିଭ୍ରାନ୍ତରେ ପକାଇବା ପାଇଁ କିଏ ଏଭଳି କରିଛି. କଂଗ୍ରେସ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ ହୋଇନାହିଁ କି ଗଣମାଧ୍ୟମରେ ଦିଆଯାଇନାହିଁ. ତେଣୁ ଏହା ଉପରେ ବିଶ୍ୱାସ ନ କରିବା ଭଲ ବୋଲି ସେ କହିଛନ୍ତି. ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ବସିଥିଲା. ଯେଉଁଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି. କେନ୍ଦ୍ରୀୟ କମିଟି ଏହା ଉପରେ ତର୍ଜମା କରିବା ପରେ ଏଆଇସିସି ଚୁଡାନ୍ତ ନିଷ୍ପତ୍ତି ନେବ. 21ଟି ଲୋକସଭା ଆସନ ଓ 147ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି.

 

LEAVE A REPLY

Please enter your comment!
Please enter your name here