କେରଳରେ ଆସିଥିବା ବନ୍ୟା ବିଗତ ଶହେ ବର୍ଷ ଭିତରେ ସବୁଠାରୁ ବଡ଼ ବନ୍ୟା ବୋଲି କୁହାଯାଉଛି । ରାଜ୍ୟର ସବୁ ଅଞ୍ଚଳ ଜଳମଗ୍ନ । ଏହି ବନ୍ୟାରେ 324 ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଲୋକ ଏବେ ବି ଫସିରହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କେରଳ ଗସ୍ତ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ବନ୍ୟାର ସ୍ଥିତି ପରଖିବେ ।

କେରଳରେ ଏବେ ବି ମୁଶଳଧାରାରେ ବର୍ଷା ହେଉଛି । ବନ୍ୟାଜଳ ନିଷ୍କାସନ ପାଇଁ 80 ଟି ଡ୍ୟାମ୍ ଖୋଲା ଯାଇଛି । 23 ହଜାର 139 ଜଣ ବାସହୀନ ହୋଇଯାଇଥିବା ଆକଳନ କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1500 ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ଖୋଲାଯାଇଛି ।

କେରଳ ପରେ ଏବେ ମୁମ୍ବାଇରେ ବି ବନ୍ୟା ଆସିବାର ସମ୍ଭାବନା ଦେଖାଯାଉଛି ।

 

LEAVE A REPLY

Please enter your comment!
Please enter your name here