ବିଜେଡ଼ିକୁ ଲାଗିଛି ବଡ଼ ଝଟକା,ବିଜେଡି ଦଳ ଛାଡୁଛନ୍ତି କର୍ମୀ । ଆଜି ବାଲେଶ୍ୱର ଜିଲ୍ଲାର ଶତାଧିକ କର୍ମୀଙ୍କ ସହିତ ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଭାରତୀୟ ଜନତା ଦଳରେ ସାମିଲ ହୋଇଛନ୍ତି ।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ରବୀନ୍ଦ୍ରଙ୍କ ସହିତ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ମହାପାତ୍ର,ବାଲେଶ୍ୱର ଅର୍ବାନ କୋଅପରେଟିଭ୍ ସଭାପତି ସୂର୍ଯ୍ୟକାନ୍ତ କର, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ବେହେରା, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ବଡ଼ସାହି ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେ, ବେତନଟୀ ପଞ୍ଚୟତ ସମିତି ଅଧ୍ୟକ୍ଷା କୌଶଲ୍ୟା ମାଝୀ ଏବଂ ବସ୍ତା ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଦାଶ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here