ବିହାର ନିର୍ବାଚନ ପୂର୍ବରୁ ଜେଡିୟୁରୁ ଆସିଛି ଏକ ବଡ଼ ଖବର। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ହେବାର ଅଭିଯୋଗରେ ଜେଡିୟୁ ୧୧ ନେତାଙ୍କୁ ବହିଷ୍କାର କରିଛି, ଯାହାମଧ୍ଯରେ ୪ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି ।ଜେଡିୟୁ ଦ୍ୱାରା ବହିଷ୍କୃତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ୟାମ ବାହାଦୂର ସିଂ, ପୂର୍ବତନ ଏମଏଲସି ରଣଭିଜୟ ସିଂ, ପୂର୍ବତନ ବିଧାୟକ ସୁଦର୍ଶନ କୁମାର, ଅମର କୁମାର ସିଂ, ମହୁଆରୁ ଜେଡିୟୁ ପ୍ରାର୍ଥୀ ଅସମା ପରଭିନ, ପୂର୍ବତନ ମନ୍ତ୍ରୀ ଶିଲେଶ କୁମାର, ପୂର୍ବତନ ଏମଏଲସି ସଞ୍ଜୟ ପ୍ରସାଦ, ଲୁଭ କୁମାର, ଆଶା ସୁମନ୍, ଦିବ୍ୟାଂଶୁ ଭରଦ୍ୱାଜ ଓ ବିବେକ ଶୁକ୍ଳା ସାମିଲ୍ ଅଛନ୍ତି। ବିହାରରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ନଭେମ୍ବର ୬ ତାରିଖରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା କରାଯିବ।

ଆଜି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବକ୍ସର ଜିଲ୍ଲାର ଡୁମରାଓଁ ଏବଂ ପାଟନା ଜିଲ୍ଲାର ଫୁଲୱାରି ସରିଫ, ରାମକୃଷ୍ଣ ନଗରରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରି କହିଛନ୍ତି, “ଆମେ ସମାଜର ସମସ୍ତ ବର୍ଗର କଲ୍ୟାଣ ପାଇଁ କାମ କରୁଛୁ। ବିହାର ପ୍ରେମ, ଭାଇଚାରା ଓ ଶାନ୍ତିରେ ପରିପୂର୍ଣ୍ଣ । ୨୦ ବର୍ଷର ନିରନ୍ତର ବିକାଶ ଫଳରେ, ବିହାର ପ୍ରଗତିରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଭବିଷ୍ୟତରେ, ବିହାର ଦେଶର ସବୁଠାରୁ ବିକଶିତ ରାଜ୍ୟ ମଧ୍ୟରେ ଗଣନା କରାଯିବ।”

LEAVE A REPLY

Please enter your comment!
Please enter your name here