କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡିବେନି । ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥର ଗୋଟିଏ ନୁହେଁ ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିଧାପ୍ରସାରଣ ସମସ୍ତ ଚ୍ୟାନେଲ କରିପାରିବେ। ଏଥିପାଇଁ ଚ୍ୟାନେଲ ମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ ଆବେଦନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ବିଡିଂ ଆହ୍ୱାନ କରାଯାଇଥିବା ବେଳେ ୭ଟି ଚ୍ୟାନେଲ ଆବେଦନ କରିଥିଲେ। ସେଥିରେ ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ ରହିଥିଲା । ତେବେ ଟିଭିରେ ରଥଯାତ୍ରା ଲାଇଭ୍ ପାଇଁ ପ୍ରଶାସନର ବିଡିଂ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ପୁରୀର ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଏହି ମାମଲା ଦାଏର କରିଛନ୍ତି।

LEAVE A REPLY

Please enter your comment!
Please enter your name here