ନବ ନିର୍ବାଚିତ ଯୁବ ବିଧାୟକ ସୌଭିକ ବିଶ୍ୱାଳଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ରାତିରେ ସୌଭିକ ଓ ତାଙ୍କ ଜଣେ ସାଙ୍ଗ କାରରେ ଭୁବନେଶ୍ୱରରୁ କଟକ ଫେରିବା ସମୟରେ ହଂସପାଳ ଛକ ନିକଟରେ ଏକ ଦୃତଗାମୀ କାର ସୌଭିକଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସୌଭିକଙ୍କ ସାଙ୍ଗ ଆହାତ ହୋଇଛନ୍ତି ଏବଂ କାରଟି ଭାଙ୍ଗିରୁଜି ଯାଇଛି । କିନ୍ତୁ ସୌଭାଗ୍ୟବଶତ ସୌଭିକ ଦୁର୍ଘଟଣାରେ ଆହାତ ହୋଇନାହାନ୍ତି । ଏଠାରେ ସୂଚନାଯୋଗ୍ୟ, ସୌଭିକ ହେଉଛନ୍ତି କଟକ –ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ । ଯିଏକି ଏଥର ନିର୍ବାଚନ ମଇଦାନକୁ ଓହ୍ଳାଇ କଟକ –ଚୌଦ୍ୱାର ଆସନରୁ ବିଜୟୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here