ଦ୍ୱିତୀୟ ଇନିଂସ ଆରମ୍ଭ କରିବେ କି ଓଲିଉଡ ସୁପରଷ୍ଟାର ତଥା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ବର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅନୁଭବ ବର ବେଶରେ ନଜର ଆସୁଛନ୍ତି । ବାସ୍ତବରେ ଇଏ କେଉଁ ସିନେମାର ସୁଟିଂ କି ରିଅଲ ଲାଇଫର ବାହାଘର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଆଉ କିଛି ଫଟୋରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳା ଅନୁଭବଙ୍କ ପରିବାର ସହ ନଜର ଆସିଛନ୍ତି । ଚର୍ଚ୍ଚା ହେଉଛି ନିକଟରେ ଫିଲ୍ମ ନିର୍ମାତା ସଞ୍ଜୟ ନାୟକଙ୍କ ବିବାହ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳା । ସଞ୍ଜୟ ନାୟକଙ୍କ ବିବାହ ବାର୍ଷିକ ଉତ୍ସବରେ ଅନୁଭବ କହିଥିଲେ ମୋର ଡିଭର୍ସ ହୋଇଗଲେ ମୁଁ ପାର୍ଟିିଦେବି ।

LEAVE A REPLY

Please enter your comment!
Please enter your name here