ଗୋଧ୍ରା ଡକ୍ୟୁମେଣ୍ଟାରୀ ବିବାଦ ପରେ ଆୟକର ଚଢାଉ । ଦିଲ୍ଲୀ ମୁମ୍ବାଇ ସ୍ଥିତ ବିବିସି ଅଫିସରେ ଆଇଟି ରେଡ । କର୍ମଚାରୀଙ୍କର ପୋନ୍ ସିଜ୍ କରାଯାଇଛି । ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପରେ ଆୟକର ବିଭାଗ ଚଢାଉ କରିଥିବା ନେଇ କଂଗ୍ରେସ କହିଛି। କଂଗ୍ରେସ ଟ୍ୱିଟ୍ କରି କହିଛି, ପ୍ରଥମେ ବିବିସି ଡକ୍ୟୁମେଣ୍ଟାରୀ ଆସିଲା, ଏହାକୁ ବ୍ୟାନ୍ କରାଗଲା। ଏବେ ବିବିସି ଉପରେ ଆୟକର ଚଢ଼ାଉ ହେଲା। ଏହା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।