ରାୟଗଡାର ଗୁମ୍ମା ଅଞ୍ଚଳରେ ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି. ସେଠାରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ପୂର୍ଣ୍ଣଚନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିଛି. ତା ଠାରୁ 100 ଲିଟର ବିଦେଶ ମଦ ଜବତ କରାଯାଇଛି. ତେବେ ସେହି ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ମଦ କାରବାର କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଏବଂ ସେହି ଜାଗାରେ ଅଚାନକ ଚଢଉ କରିଥିଲା. ଘଟଣାସ୍ଥଳରୁ ବିଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରିଛି ପୋଲିସ. ତେବେ ସାଧାରଣ ନିର୍ବାଚନରେ ଏହି ମଦ ବଜାରରେ ବିକ୍ରି ହୋଇଥାନ୍ତା ବୋଲି ପୋଲିସ ସୂଚନା ଦେଇଛି.