ପଦ୍ମ ଧରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜନ୍ତ ପଣ୍ଡା, କେଭି ସିଂହ ଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ରିଷଭ ନନ୍ଦ ବିଜେପିର ସାମିଲ ହୋଇଛନ୍ତି । ବାପା ଶାସକ ବିଜେଡିର ବରିଷ୍ଠ ନେତା ଥିବା ବେଳେ ପୁଅ ରିଷଭ ବିଜେପିରେ ଯୋଗ ଦେବା ବିଜେଡିକୁ ଏକ ପ୍ରକାର ଝଟକା ଲାଗିଛି । ରିଷଭ ହେଉଛନ୍ତି ଆରଏସଏସର ସଦସ୍ୟ। ସୁଚନାଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ମାତ୍ର ଟିକେଟରୁ ବଞ୍ଚିତ ହେବା ପରେ ନେତା ଓ କର୍ମୀ ମାନେ ବିଦ୍ରୋହ କରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ବୁଧବାର ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ସାଂସଦ ଲକ୍ଷ୍ଣଣ ଟୁଡୁ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ଦଶପଲ୍ଲାର ପୂର୍ବତନ କାଶିନାଥ ମଲ୍ଲିକ, ବିଜେଡି ଛାଡିଥିବା କୁସୁମ ଟେଟେ ସମେତ ବହୁ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଜ, ସମିତି ସଭ୍ୟ ବି ବିଜେପିରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here