ସିଲିକନ ସିଟି ବେଙ୍ଗାଳୁରରୁ ଆସିବ ବଡ ନିବେଶ । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଳୁରରେ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ନିବେଶ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ବେଙ୍ଗାଳୁରରେ ଆଜି ପହଁଞ୍ଚିସାରିଛନ୍ତି ନବୀନ । ବଡ ବଡ ଶିଳ୍ପପତିଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ଫୋକସରେ ରହିଛି ୭ଟି ସେକ୍ଟର । ଆଇଟି କମ୍ପାନୀ ଏହି ବୈଠକରେ ଭାଗ ନେବେ । ଓଡିଶାରେ ପୁଞ୍ଜି ନିବେଶ ନେଇ କିଭଳି ସୁଯୋଗ ରହିଛି ସେ ସମ୍ପର୍କରେ ବିଜିନେସ ଲିଡରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯିବ । ଆସନ୍ତାକାଲି ଦିନ ୧୧ଟାରୁ ଅପରାହ୍ନ ୧ଟା ୩୦ ଯାଏଁ ବିଜିନେସ କ୍ୟାପଟେନଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ୍ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here