ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଆସାମ ନିର୍ବାଚନର ଦାୟିତ୍ୱ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ବିଜେପିର ଆସାମ ନିର୍ବାଚନ ପ୍ରଭାରୀ ହୋଇଛନ୍ତି , ଜମ୍ମୁ କାଶ୍ମୀର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନ ବେନ ଜର୍ରଦ୍ଦୋଶ ସହପ୍ରଭାରୀ ହୋଇଛନ୍ତି । ପୂର୍ବରୁ ତାମିଲନାଡ଼ୁ ଦାୟିତ୍ୱରେ ଥିବା ବୈଜୟନ୍ତଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ତାମିଲନାଡ଼ୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ୨୦୨୧ ବିଧାନସଭା ନିର୍ବାଚନରେ ବୈଜୟନ୍ତଙ୍କୁ ଆସାମ ଦାୟିତ୍ୱ ମଧ୍ୟ ଦେଇଯାଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ବୈଜୟନ୍ତ ପଣ୍ଡା ବଡ଼ ଭୂମିକା ଗ୍ରହଣ କରିଥିଲେ । ସେହି ସମୟରେ ବିଜେପି ସମସ୍ତଙ୍କୁ ହରାଇ ଶାସନ ଗାଦିରେ ବସିଥିଲା ।













