ନଭେମ୍ବରରୁ ବ୍ୟାଙ୍କ ନିୟମାବଳୀରେ ହେବ ବଡ଼ ପରିବର୍ତ୍ତନ । ଯାହାର ପ୍ରଭାବ ଆକାଉଣ୍ଟଧାରୀଙ୍କ ଉପରେ ପଡ଼ିବ। ନଭେମ୍ବର ୧ ରୁ ଏହିସବୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କିଂ ଆଇନ ୨୦୨୫ ଅଧୀନରେ ନାମାଙ୍କନ ସମ୍ପର୍କିତ ପ୍ରମୁଖ ବ୍ୟବସ୍ଥା ଚଳିତ ବର୍ଷ ନଭେମ୍ବର ୧ରୁ କାର୍ଯ୍ୟକାରୀ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଘୋଷଣା କରିଛି। ଆସନ୍ତା ମାସରୁ ଲାଗୁ ହେବାକୁ ଥିବା ବ୍ୟବସ୍ଥାଗୁଡ଼ିକ ଜମା ଆକାଉଣ୍ଟ, ସୁରକ୍ଷିତ ହେପାଜତରେ ରଖାଯାଇଥିବା ଜିନିଷ ଏବଂ ବ୍ୟାଙ୍କଗୁଡ଼ିକରେ ରଖାଯାଉଥିବା ସୁରକ୍ଷା ଲକରର ବିଷୟବସ୍ତୁ ସମ୍ପର୍କରେ ନାମାଙ୍କନ ସୁବିଧା ସହିତ ଜଡ଼ିତ ।
ଏଥର ଆକାଉଣ୍ଟଧାରୀ ନିଜ ନୋମିନି ୪ ଜଣଙ୍କୁ ରଖିପାରିବେ। ପୂର୍ବରୁ ଏହା ୨ ରେ ସୀମିତ ଥିଲା । ଏବେ ୪ ଜଣ ନୋମିନି ରହିପାରିବେ । ଏହି ୪ ଜଣ ବ୍ୟକ୍ତି ଆକାଉଣ୍ଟଧାରୀଙ୍କ ଟଙ୍କା ଓ ସମ୍ପତ୍ତି ଉପରେ ଅଧିକାର ମଧ୍ଯ ପାଇବେ । ସମ୍ପତ୍ତି ଓ ଟଙ୍କା ନେଣଦେଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସରଳ କରିବା ଉଦ୍ଦେଶ୍ୟରେ ଏହି ନିୟମ ପ୍ରଣୟନ କରାଯାଇଛି । ବ୍ୟାଙ୍କଗୁଡିକରେ ଆକାଉଣ୍ଟଧାରୀମାନେ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହୋଇଛି । ଏହି ପରିବର୍ତ୍ତନ ଦ୍ୱାରା ଯେକୌଣସି ଜରୁରୀକାଳୀନ ସ୍ଥିତିରେ ବ୍ୟାଙ୍କ୍ ସମସ୍ୟାର ତୁରନ୍ତ ସମାଧାନ କରିପାରିବ ।ଏହି ନିୟମଗୁଡ଼ିକୁ ୨୦୨୫ ଶେଷ ହେବା ପୂର୍ବରୁ ପାଳନ କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ନୂତନ ନିୟମ ଅନୁସାରେ, ବ୍ୟାଙ୍କ ଖାତାଧାରୀମାନେ ନିଜ ପରିବାର ସହିତ ସୀମିତ ରହି, ଅନ୍ୟ କୌଣସି ବ୍ୟକ୍ତିକୁ ନିଜ ଜମାଟଙ୍କା ଦେଇପାରିବେ। ଏହି ନିୟମ ୧ ନଭେମ୍ବରରୁ କାର୍ଯ୍ୟକାରୀ ହେବ ଏବଂ ବ୍ୟାଙ୍କି କ୍ଷେତ୍ରରେ ଅଧିକ ସ୍ବଚ୍ଛତା ଓ ସୁରକ୍ଷା ସୁନିଶ୍ଚିତ କରିବ।













