ସିସିଟିଭିରେ କଏଦ ହେଲା ଲୁଟ୍ । ସୁନା କିଣିବାକୁ ଆସି ଲୁଟିନେଲେ ଗହଣା ଦୋକାନ । କେନ୍ଦ୍ରାପଡା ରାଜନଗରରେ ଘଟିଛି ଏମିତି ଘଟଣା । ସକାଳ ୧୦ଟା ବେଳେ ରାଜନଗର ହଂସୁଆ ସେତୁ ନିକଟରେ ଥିବା ଶ୍ରୀମତି ଅଳଙ୍କାର ଓ କଂସା ବାସନ ଦୋକାନକୁ ଆସିଥିଲେ ଜଣେ ଗ୍ରାହକ । ପ୍ରଥମେ ଲକେଟ୍ ଦେଖାଇବାକୁ କହିଲେ, ଆଉ ତାପରେ ସୁନା ଚେନ୍ । ଏହି ସମୟରେ ଆଉ ଜଣେ ଯୁବକ ପହଞ୍ଚିଥିଲେ ଦୋକାନରେ । ସେ ରୂପା ପଟି ମାଗି ଦେଖୁଥିବା ବେଳେ ପ୍ରଥମ ଗ୍ରାହକ ଅଳଙ୍କାର ଭର୍ତି ବ୍ୟାଗ୍ ନେଇ ଚମ୍ପଟ୍ ମାରିଥିଲେ । ପରେ ଦ୍ୱିତୀୟ ଯୁବକ ମଧ୍ୟ ସେଠାରୁ ଖସି ଯାଇଥିଲେ । ଲୁଟ୍ ଘଟଣା ସିସିଟିଭିରେ କଏଦ୍ ହୋଇଛି । ଲୁଟ୍ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ବ୍ୟବସାୟୀ କହୁଥିବା ବେଳେ ସିସିଟିଭି ଆଧାରରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here