ଆଜି ପୁଣି ବଢିଛି ତେଲ ଦର । ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଗତକାଲିଠାରୁ ଆଜି ପ୍ରାୟ ୧ ଟଙ୍କା ମହଙ୍ଗାରେ ବିକ୍ରୀ ହେଉଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ବଢି ୧୦୩ ଟଙ୍କା ୬୯ ପଇସାରେ ବିକ୍ରୀ ହେଉଛି । ସେହିପରି ଡିଜେଲ ଦର ୯୩ ଟଙ୍କା ପାର୍ କରିଛି । କଟକରେ ପେଟ୍ରୋଲ ୧୦୩ ଟଙ୍କା ୮୨ ପଇସା ଏବଂ ଡିଜେଲ ୯୩ ଟଙ୍କା ୬୨ ପଇସାରେ ବିକ୍ରୀ ହେଉଛି । ସେହିପରି ବାଲେଶ୍ୱରରେ ପେଟ୍ରୋଲ ୧୦୩ ଟଙ୍କା ୧୦ ପଇସା ଡିଜେଲ ୯୩ ଟଙ୍କା ୭୨ ପଇସା, ସମ୍ବଲପୁର-ପେଟ୍ରୋଲ ୧୦୪ ଟଙ୍କା ୨ ପଇସା, ଡିଜେଲ ୯୩ ଟଙ୍କା ୮୪ ପଇସାରେ ବିକ୍ରୀ ହେଉଛି । ବଲାଙ୍ଗୀରରେ ପେଟ୍ରୋଲ ୧୦୫ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୫ ଟଙ୍କା ୧୪ ପଇସାରେ ବିକ୍ରୀ ହେଉଥିବାବେଳେ ମାଲକାନଗିରିରେ ପେଟ୍ରୋଲ ସର୍ବାଧିକ ୧୦୯ ଟଙ୍କା ୪୧ ପଇସା ଏବଂ ଡିଜେଲ ୯୯ ଟଙ୍କା ୩ ପଇସାରେ ବିକ୍ରୀ ହେଉଛି । ଗତକାଲିଠୁ ଦେଶରେ ତେଲ ଦର ବୃଦ୍ଧି ପାଇଛି । ସେହିପରି ଗ୍ୟାସ ସିଲିଣ୍ଡର ଉପରେ ୫୦ ଟଙ୍କା ଗତକାଲିଠାରୁ ବୃଦ୍ଧି ପାଇଛି । ୪ ମାସ ପରେ ଗ୍ରାହକଙ୍କ ଉପରେ ପଡିଛି ଚଡକ ।

LEAVE A REPLY

Please enter your comment!
Please enter your name here