ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇପାରିବେ ମହିଳା । ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ଏନଡିଏରେ ମହିଳାଙ୍କ ଯୋଗଦାନ ସଂପର୍କରେ କେନ୍ଦ୍ର ସରକାର ସେପ୍ଟେମ୍ବର 20 ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ଏନଡିଏରେ ମହିଳାଙ୍କ ଯୋଗଦାନ ସଂପର୍କରେ ନିଷ୍ପତ୍ତି ଜଣାଇବା ସହ ଏଥିପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ କିଛିଦିନ ସମୟ ଲାଗିବ ବୋଲି କୋର୍ଟଙ୍କୁ କହିଛନ୍ତି । କୌଣସି କ୍ଷେତ୍ରରେ ସଂସ୍କାର ଆଣିବା ଗୋଟିଏ ଦିନରେ ହେବନାହିଁ, କିନ୍ତୁ କେନ୍ଦ୍ର ସରକାର ଏହି ପ୍ରକ୍ରିୟା ସଂପୂର୍ଣ୍ଣ କରିବା କେତେଦିନ ନେବେ, ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନଡିଏରେ ମହିଳାଙ୍କ ଯୋଗଦାନ ପାଇଁ ଅନୁମତି ଦେବାକୁ ଏକ ପିଟିସନ ଉପରେ ବିଚାର କରି ସୁପ୍ରିମକୋର୍ଟ ଏ ସଂପର୍କରେ ଜଣାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଆଡିସନାଲ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here