ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ଓଡିଆ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାର 6 କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ଭଗତଙ୍କୁ ଏ ଗ୍ରୁପରେ ନିଯୁକ୍ତି ଦେବେ । ପୂର୍ବରୁ ଅଲିମ୍ପିକରେ ବିଜେତାଙ୍କ ପାଇଁ ସରକାର ପୁରସ୍କାର ଘୋଷଣା କରିଥିଲେ । ଏହି ଘୋଷଣା ଅନୁଯାୟୀ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 6 କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଟୋକିଓ ପାରାଅଲିମ୍ପିକରେ ଭଗତଙ୍କ ସ୍ବର୍ଣ୍ଣ ପଦକ ସହ ଭାରତ ମୋଟ 19ଟି ପଦକ ଜିତି ଇତିହାସ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here