ଭାରତୀୟ ସୀମାରେ ପ୍ରବେଶ କଲା ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନ । ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନୀ ବିମାନ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଭାରତୀୟ ସେନା ଗୁଳି କରି ଖସାଇ ଦେଇଥିବା ଜଣାପଡିଛି. ଅନ୍ୟପଟରେ ପୁଞ୍ଚ ଓ ନୌସେରା ସେକ୍ଟରରେ ବି ଏଲଓସି ସୀମା ପାର କରି ପାକିସ୍ତାନ ବାୟୁସେନା ବିମାନ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଏହି ସମୟରେ ସ୍ଥାନୀୟ ଅଂଚଳରେ ପାକିସ୍ତାନୀ ସେନା ବେସାମରିକ ଅଞ୍ଚଳକୁ ବୋମାମାଡ କରିଥିଲା. ମାତ୍ର ଭାରତୀୟ ବାୟୁସେନା ପାଟ୍ରୋଲିଂ କରୁଥିବା ଯୋଗୁ ପାକିସ୍ତାନ ବାୟୁସେନା ଜେଟ୍ ପ୍ରବେଶ କରି ନପାରି ପଛକୁ ଫେରି ଯାଇଥିଲା.  ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ପାକିସ୍ତାନ ବାୟୁସେନା ପ୍ରବେଶ କରିବା ପରେ କାଶ୍ମୀରର ସବୁ ଅଂଚଳରେ ହାଇଆଲର୍ଟ ଜାରି କରାଯାଇଛି । ଲେହ, ପଠାନକୋଟ, ଜାମ୍ମୁ ଏବଂ ଶ୍ରୀନଗରରେ ଥିବା ଏୟାରପୋର୍ଟକୁ ବନ୍ଦ କରାଯାଇଛି । ଏଥିସହ ଅମ୍ରିତସର, ଚଣ୍ଡିଗଡ ଏୟାରପୋର୍ଟରେ ହାଇ ଆଲର୍ଟ ଜାରି କରାଯିବା ସହ ଯାତାୟତ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ଏଲଓସି ବର୍ଡର କ୍ରସ କରି ପିଓକେରେ ଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳୀକୁ ଧ୍ୱଂସ କରିବା ପରେ ପାକିସ୍ତାନ ଏପରି କରିଛି ।

LEAVE A REPLY

Please enter your comment!
Please enter your name here