ଟ୍ବିନସିଟି କଟକ-ଭୁବନେଶ୍ବର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନର ଭାବେ 1995 ବ୍ୟାଚର ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅବସ୍ଥାପିତ କରାଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ସେହିପରି ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦବୀକୁ ବଦଳି କରାଯାଇଛି । ତେବେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ବଦଳି କରାଯିବା ପଛରେ ଭିନ୍ନ କିଛି କାରଣ ଥିବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନକୁ ଧରି ଖୁବ୍ ପ୍ରଶଂସା ସାଉଁଟିଥିଲେ ସିପି ସୁଧାଂଶୁ ଷଡଙ୍ଗୀ । ଯାହା ସିବିଆଇ କରିପାରି ନଥିଲା, ତାହା ସେ କରି ଦେଖାଇଥିଲେ । ବାଇଶି ବର୍ଷ ତଳର ଫେରାର ଆସାମୀକୁ ଧରିଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବି ଅଭିନନ୍ଦନ ଜଣାଇଥିଲେ । ବିରୋଧୀ ଶିବିରରୁ ବି ପ୍ରଶ୍ଂସା ଛୁଟିଥିଲା ସୁଧାଂଶୁଙ୍କ ଆଡକୁ । ବୋଧହୁଏ ଏତେଗୁଡେ ପ୍ରଶଂସା ପାଇବା ପରେ ସୁଧାଂଶୁଙ୍କୁ ସରକାର ବଦଳି କରିବାକୁ ନିଷ୍ପତ୍ତି ନେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here