ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି ଭୁବନେଶ୍ୱରର ଟ୍ରାଫିକ ସମସ୍ୟା । ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି ନିଆଯାଇଛି ଏବଂ ସେଗୁଡ଼ିକ ୧୫ ଦିନରେ ଆସିବ ନୂଆ ନିୟମ। ଏହି ୫ଟି ନିଷ୍ପତ୍ତିଗୁଡିକ ହେଲା- ଶ୍ରମିକ ଓ ସାମଗ୍ରୀ ପାଇଁ ରହିବ ସମାନ ଦର, ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ ନନ୍ଦନକାନନ ପାଇଁ ହେବ ନୂଆ ରାସ୍ତା। ଏହି ନିଷ୍ପତ୍ତି ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି। ଖୁବଶୀଘ୍ର କ୍ଲିୟର ହେବ ବାକି ବିଲ୍, ୩୧ ମାର୍ଚ୍ଚ ସୁଦ୍ଧା ସବୁ କାମ ସରିବ । ଭୁବନେଶ୍ୱରର ଟ୍ରାଫିକ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି। ଓଡ଼ିଶା ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରାସ୍ତା ନିର୍ମାଣ ଓ ଗବେଷଣା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠାନ Odisha Road Research Institute ସ୍ଥାପନ କରାଯିବ। ଏଥିସହ ବିଭିନ୍ନ ଡିଭିଜନର ବାକି ରହିଥିବା ବିଲ୍ ଗୁଡ଼ିକୁ ତୁରନ୍ତ ପଇଠ କରାଯିବ।ଖର୍ଚ୍ଚ ଲକ୍ଷ୍ୟ ଓ ବାକି ବିଲ୍, ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ବିଭାଗୀୟ ଖର୍ଚ୍ଚର ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ସ୍ତରରେ ଟେଣ୍ଡର ମଞ୍ଜୁର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବ।

LEAVE A REPLY

Please enter your comment!
Please enter your name here