ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ଦଳର ବରିଷ୍ଠ ନେତା ଦାମ ରାଉତ ମୁହଁ ଖୋଲିଛନ୍ତି । ସମ୍ବାଦ ସଂପାଦକୀୟରେ ସୌମ୍ୟ ରଂଜନଙ୍କ ଆଳେଖ୍ୟକୁ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଚ୍ୟାଲେଞ୍ଜ କରିଥିବା ବେଳେ ଦାମ ରାଉତ ସୌମ୍ୟଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ଜଣେ ସାମ୍ବାଦିକ ତଥା ଖବରକାଗଜର ସଂପାଦକ ହିସାବରେ ସଂପାଦକୀୟରେ ଆଲୋଚନା, ସମାଲୋଚନା ଗ୍ରହଣୀୟ ବୋଲି ସେ କହିଛନ୍ତି । ପୂର୍ବରୁ ରାଜନୀତିରେ ଥାଇ ସମାଜ ସଂପାଦକୀୟରେ ରାଧାନାଥ ରଥ ଏବଂ ପ୍ରଜାତନ୍ତ୍ରରେ ଡକ୍ଟର ହରେକୃଷ୍ଣ ମହତାବ ଏଭଳି ସାମୋଲଚନାମୂଳକ ଆଲେଖ୍ୟ ଲେଖୁଥିଲେ ବୋଲି ଦାମ କହିଛନ୍ତି । ସରକାରଙ୍କ ଦୋଷତ୍ରୁଟି ଧରିବା, ସମାଲୋଚନା କରିବା ଚତୁର୍ଥସ୍ତମ୍ଭର ଧର୍ମ । ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଆତ୍ମସମୀକ୍ଷା କରନ୍ତୁ ବୋଲି ଦାମ କହିବା ସହ କେନ୍ଦୁଝରରେ ଜନ୍ମ ହୋଇ ସୌମ୍ୟରଂଜନ ଖଣ୍ଡପଡାର ବିଧାୟକ କେମିତି ହେଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here