ହରିୟାଣାର ଗୁରୁଗ୍ରାମରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି. ଗୁରୁଗ୍ରାମର ଉଲବାସରେ ସକାଳ ସମୟରେ ଚାରି ମହଲା ବିଶିଷ୍ଟ କୋଠା ହଠାତ ଭୁଶୁଡି ପଡିଥିଲା. ଯେଉଁଥିରେ 8 ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି. ବର୍ତ୍ତମାନ ଘଟଣାସ୍ଥଳରେ ହରିୟାଣା ଅଗ୍ନିଶମ ସେବାର କର୍ମଚାରୀ ପହଞ୍ଚି ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି. ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ଭୋର ପ୍ରାୟ 5ଟା ସମୟରେ ହୋଇଛି. ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ ଜଣା ପଡିନଥିବା ବେଳେ କେତେଜଣ ମୃତାହତ ହୋଇଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ.

 

LEAVE A REPLY

Please enter your comment!
Please enter your name here