ମାୟାନଗରୀ ମୁମ୍ବାଇରେ ବଡ ଦୁର୍ଘଟଣା । ମୁମ୍ବାଇର ଡଙ୍ଗୋରୀ ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଷୁଡି ପଡିବା ଫଳରେ ୫୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ୧୧ ଟା ୪୮ ସମୟରେ ଡଙ୍ଗୋରୀର ଡାଣ୍ଟେଲ ଗଳିରେ କୋଠା ଭୁଷୁଡିବାର ଖବର ମିଳିଥିଲା । ଏହାପରେ ଘଟଣା ସ୍ଥଳରେ ଦମକଳ ଏବଂ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୁମ୍ବାଇ ମହାନଗର ନିଗମ (ବିଏମସି) ପକ୍ଷରୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । କୋଠା ଭୁଷୁଡିଥିବା ସ୍ଥାନକୁ ରାସ୍ତା ସଂକୀର୍ଣ୍ଣ ହୋଇଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଯୁଥିବା ଏନଡିଆରଏଫ ପକ୍ଷରୁ ସୂଚନା ମିଳିଛି ।