ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ତଦନ୍ତ ଚଳାଇଛି । ଏହାରି ଭିତରେ ସାମ୍ନାକୁ ଆସୁଛି ଅନେକ ତଥ୍ୟ । ଯାଞ୍ଚବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଶ୍ରଦ୍ଧାକୁ ହତ୍ୟା କରିବାର ଠିକ ଏକମାସ ପୂର୍ବରୁ ଅଫତାବ ଶ୍ରଦ୍ଧାକୁ ନେଇ ହିମାଚଳର ଏକ ଗାଁକୁ ଯାଇଥିଲା । ସେଠାରେ ଦୁହେଁ ହୋଟେଲ ମାଲିକକୁ ଟଙ୍କା ଟ୍ରାନ୍ସଫର କରିଥିଲେ । ଟ୍ରାଞ୍ଜାକ୍ସନର ସବୁ ତଥ୍ୟ ଏବେ ପୋଲିସ ହାତରେ ।
ଅଫତାବ-ଶ୍ରଦ୍ଧା ଏପ୍ରିଲରେ ହିମାଚଳର ତୋଷକୁ ଯାଇଥିଲେ । ଏହି ଗାଁ କଶୋଲ ଠାରୁ ୩୦ କିଲୋମିଟର ଆଗରେ ଅଛି । ଦୁହେଁ ତୋଷ ଗାଁର ହୋଟେଲରେ ରହିଥିଲେ । ଅଫତାବ ହୋଟେଲର ରେଜିଷ୍ଟରରେ ଏଣ୍ଟି କରିନଥିଲେ । କେବଳ ଆଧାରକାର୍ଡ ଦେଇ ହୋଟେଲରେ ଏଣ୍ଟ୍ରି କରିଥିଲେ ।

LEAVE A REPLY

Please enter your comment!
Please enter your name here