ବଲାଙ୍ଗିରର ଓକିଲ ବିକ୍ଷୋଭ  ରାଜଧାନୀକୁ ବ୍ୟାପିଲା । ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଭୁବନେଶ୍ୱରରେ ବିକ୍ଷୋଭ । ବଲାଙ୍ଗିର ଓକିଲ ସଂଘ ପକ୍ଷରୁ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଛି । ଜିଲ୍ଲାର ଓକିଲ ସଂଘ ସହ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ଏନେଇ ସରକାରଙ୍କ କର୍ଣ୍ଣପାତ ନକରିବା ପରେ ରାଜଧାନୀରେ ଗର୍ଜିଛନ୍ତି ବଲାଙ୍ଗିର ଓକିଲ ସଂଘ । ଓକିଲ ସଂଘର ବିକ୍ଷୋଭରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇ ଖୋରାକ ଯୋଗାଇଥିଲେ । ଏହି ପ୍ରସଙ୍ଗ ଆଜି ଗୃହରେ ମଧ୍ୟ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ କମିଶନ ରିପୋର୍ଟ ଦେଇଥିଲା । ତାହା କୁଆଡେ ଗଲା । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି । ଏହାଦ୍ୱାରା ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଆଉ କେତେଦିନ ଚାଲିବ । ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହାକୁ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ । ଏହାଦ୍ୱାରା ଗୃହକାର୍ଯ୍ୟ କିଛି ସମୟ ପାଇଁ ମୁଲତବି ହୋଇଥିଲା ।

LEAVE A REPLY

Please enter your comment!
Please enter your name here