ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ମାଓବାଦୀମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି. ଗତ କିଛିଦିନ ଧରି ବାରମ୍ବାର ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ. ଏହାକୁ ନେଇ କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. 59 ନମ୍ବର ଜାତୀୟ ରାଜପଥର କନ୍ଦିବନ୍ଦା ଗାଁରେ ଦେଖିବାକୁ ମିଳିଛି ମାଓପୋଷ୍ଟର. ଯେଉଁ ପୋଷ୍ଟରରେ ସିପିଆଇ ବାଘୁନା ବୋଲି ଉଲ୍ଲେଖ ରହିଛି. ଲାଲବାହିନୀ ବାରମ୍ବାର ମାଓପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି. ଏହାସହ ଯଦି ନେତାମାନେ ଭୋଟ ପାଇଁ ପ୍ରଚାର କରନ୍ତି ତାହେଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମଧ୍ୟ ପୋଷ୍ଟର ମାଧ୍ୟମରେ ଧମକ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here