ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ. ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ମକରନ୍ଦ ନିର୍ବାଚନ ଲଢିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଣେ ଭୋଟର. ମକରନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆର. ହରିଶ ପଟ୍ଟନାୟକ ଏ ସଂପର୍କରେ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ହରିଶଙ୍କ କହିବା କଥା, ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ନିର୍ବାଟନ ଜିତିଥିବା ମକରନ୍ଦ ଆଦିବାସୀ ଶ୍ରେଣୀର ନୁହଁନ୍ତି. ସେ ଭୁଲ ଜାତିଗତ ପ୍ରମାଣପତ୍ର ଦେବା ସହ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି.ମାତ୍ର ହରିଶଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ବିଧାୟକ ମକରନ୍ଦ ମୁଦୁଲି . ସେ ଆଦିବାସୀ ଶ୍ରେଣୀର ଏବଂ ଆଦିବାସୀ ମାନ୍ୟତା ସଂପର୍କିତ ପ୍ରମାଣପତ୍ର ତାଙ୍କ ପାଖରେ ରହିଛି ବୋଲି କହିଛନ୍ତି. ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ହରାଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ମକରନ୍ଦ. ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ନିର୍ବାଚନରେ ମକରନ୍ଦ ଥିଲେ ସବୁଠାରୁ ନିମ୍ନ ଆୟକାରୀ ପ୍ରାର୍ଥୀ .













